ଫିଲ୍ମ ‘ରାଧେ’ରେ ଏମିତି ରହିବ ସଲମାନଙ୍କ ଲୁକ୍‌

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ଇତିମଧ୍ୟରେ ଲଞ୍ଚ ହୋଇଯାଇଛି। ଦବଙ୍ଗ ୩ର ଶୁଟିଂ ଶେଷ ହେବାପରେ ସଲ୍ଲୁ ଏହି ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଲମାନ ପୋଲିସ ଭୂମିକାରେ ନଜର ଆସିବେ। ଫିଲ୍ମର ଅଧିକାଂଶ ଭାଗରେ ସଲମାନଙ୍କୁ ଆକ୍ସନ ଭୂମିକାରେ ଦେଖିବାକୁ ମିଳିବ। ଆଗାମୀ ବର୍ଷ ଇଦରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡିଛି। ଫିଲ୍ମ ଏକ କୋରିଆନ୍‌ ଫିଲ୍ମ ଆଉଟ-ଲର ରିମେକ। ପ୍ରଭୁଦେବାଙ୍କ ସହ ଏହା ସଲମାନଙ୍କ ତୃତୀୟ ଫିଲ୍ମ। ମୁମ୍ବାଇର ମେହବୁବ୍‌ ଷ୍ଟୁଡିଓରେ ଫିଲ୍ମର ଅଧିକାଂଶ ଭାଗ ଶୁଟିଂ ହେବ। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳୁଛନ୍ତି ସଲ୍ଲୁଙ୍କ ଭାଇ ସୋହେଲ ଖାନ୍‌। ଆସନ୍ତ ଡିସେମ୍ବର ୨୦ ସଲମାନଙ୍କ ଅଭିନୀତ ଦବଙ୍ଗ-୩ ପରଦାକୁ ଆସିବ।

Share