Categories: ଜାତୀୟ

ଫିଲ୍ମ ଶୁଟିଂ କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୨।୫: ଦେଶରେ କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଚାଲିଥିବା ବେଳେ ସମସ୍ତ ଟେଲିଭିଜନ ପ୍ରଡକସନ୍‌ ଓ ଫିଲ୍ମ ଶୁଟିଂ କାମ ବନ୍ଦ ରହିଛି। ଏହାକୁ ଆରମ୍ଭ କରିବା କଥା ଚିନ୍ତା କରି ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେଶନ ସହ ଏକ ବୈଠକରେ କଥା ହୋଇଛନ୍ତି। ତେବେ ସମସ୍ତ ପ୍ରକାର ସତର୍କତା ଅଲମ୍ବନ କରି ଟେଳିଭିଜନ ପ୍ରଡକସନ୍‌ କାମ ଆରମ୍ଭ କରାଯାଇପାରେ ବୋଲି ସେ କହିଛନ୍ତି। ଅନ୍ୟପଟେ ଫିଲ୍ମ ସିଟିରେ କାମ ଆରମ୍ଭ କରିବାକୁ ନେଇ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ମହାରାଷ୍ଟ୍ର ସବୁଠାରୁ ଆଗରେ ଥିବା ବେଳେ ଏଠାରେ ଦିନକୁ ହଜାର ହଜାର କରୋନା ସଂକ୍ରମିତଙ୍କୁ ଏବେବି ଚିହ୍ନଟ କରାଯାଉଛି। ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାର କରି ସାରିଥିବା ବେଳେ ଏହା ମହାରାଷ୍ଟ୍ର ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି।

Share