ଫିଲ୍ମ ‘୮୩’ରେ ଦୀପିକାଙ୍କ ପ୍ରଥମ ଫଟୋ ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘୮୩’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର ସିଂହ। ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ କଳାକାରଙ୍କୁ ନାମ ସାମ୍ନାକୁ ଆସିବାରେ ଲାଗିଛି। ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ କପିଲ ଦେବଙ୍କ ସ୍ତ୍ରୀ ରୋମିଙ୍କ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ଦୀପିକାଙ୍କ ପ୍ରଥମ ଫଟୋ ଜାରି କରାଯାଇଛି। କବୀର ଖାନଙ୍କ ନିର୍ଦ୍ଦେଶିତ ‘୮୩’ ଚଳଚ୍ଚିତ୍ର ୧୯୮୩ରେ କ୍ରିକେଟ ବିଶ୍ୱକପରେ ଭାରତର ବିଜୟ ଉପରେ ଆଧାରିତ। ବିବାହ ପରେ ରଣବୀର ଏବଂ ଦୀପିକା ପ୍ରଥମଥର ପାଇଁ ଫିଲ୍ମରେ ଏକାଠି ନଜର ଆସିବେ। ଏହି ଯୋଡିକୁ ଅନସ୍କ୍ରିନ୍‌ ଦେଖିବା ପାଇଁ ଦର୍ଶକଙ୍କ ଉତ୍ସୁକତା ବଢିଛି। ଫଇଲ୍ମଟି ଚଳିତବର୍ଷ ଏପ୍ରିଲ ୧୦ ରିଲିଜ୍‌ ହେବ ବୋଲି ଜଣାପଡିଛି।

Share