Categories: ଫୁରସତ

ଫିସ୍‌ ପେଡିକ୍ୟୁୟୋର ପରେ କାଟିବାକୁ ପଡିଲା ଆଙ୍ଗୁଳି

ବେଳେ ବେଳେ ହାତ ଗୋଡ଼ ସୁନ୍ଦର ଦେଖିଯିବା ପାଇଁ ଅଧିକାଂଶ ମହିଳା ପେଡିକୁୟୋର ଓ ମେନିକ୍ୟୁୟୋରର ସାହାରା ନେଇଥାଆନ୍ତି। ଏବେକା ଫ୍ୟାଶନ୍‌ ପାଲଟିଛି ଫିସ୍‌ ପେଡିକ୍ୟୁୟୋର। ହେଲେ ଏହା ଯେ ପ୍ରାଣଘାତି ଏକଥା ଅନେକଙ୍କୁ ଜଣା ନ ଥିବ। କାରଣ ଅଷ୍ଟ୍ରେଲିୟାର ଜଣେ ମହିଳା ଥାଇଲାଣ୍ଡ ବୁଲି ଆସିଥିବା ବେଳେ ସେଠାରେ ସେ ଫିସ୍‌ ପେଡିକ୍ୟୁୟୋର କରାଇଥିଲେ। ପରେ ତାଙ୍କ ହାଡରେ ସଂକ୍ରମଣ ହେବାରୁ ତାଙ୍କୁ ଶେଷରେ ଗୋଡର ଆଙ୍ଗୁଳି ଗୁଡିକୁ କାଟିବାକୁ ପଡିଥିଲା। ସୂଚନା ଅନୁଯାୟୀ ମହିଳା ଜଣକ ଥାଇଲାଣ୍ଡ ଭ୍ରମଣରେ ଆସିଥିବା ବେଳେ ସେଠାରେ ଫିସ୍‌ ପେଡିକ୍ୟୁୟୋର କରାଇଥିଲେ। ଯାହା ସେ ସମୟରେ ତାଙ୍କୁ ଆରାମ ଲାଗିଥିଲା। ହେଲେ ପରେ ତାଙ୍କ ଗୋଡ଼ରେ ସଂକ୍ରମଣ ହେବାରୁ ଜଣାପଡିଥିଲା କି ସେ ଯେଉଁ ପାଣିରେ ଫିସ୍‌ ପେଡିକ୍ୟୁୟୋର କରାଇଥିଲେ ତାହା ଦୂଷିତ ପାଣି ଥିଲା। ଏହାସହ ସେ ପୂର୍ବରୁ ହାଡ଼ ଇନଫେକ୍ସନ ସମସ୍ୟାରେ ପୀଡିତ ଥିବାରୁ ଏହା ଅଧିକ ପରିମାଣରେ କ୍ଷତି କରିଥିଲା। ଶେଷରେ ୨ ବର୍ଷର ଚିକିତ୍ସା ପରେ ତାଙ୍କୁ ଦୁଇ ଗୋଡ଼ର ଆଙ୍ଗୁଳି ଗୁଡିକୁ କାଟିବାକୁ ପଡିଥିଲା।

Share