Categories: ଜାତୀୟ

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୯।୧୨: ଜବାହାର ଲାଲ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। ଏନେଇ ସୋମବାର ଅନ୍ଦୋଳନକାରୀଛାତ୍ର ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଏହି ଶୋଭାଯାତ୍ରାକୁ ଆଗକୁ ବଢ଼ିବାକୁ ନ ଦେବା ପାଇଁ ପୋଲିସ ଛାତ୍ରୀଛାତ୍ରଙ୍କୁ ଅଟକାଇ ଦେଇଥିଲା। ସେହି ସମୟରେ ପୋଲିସ ଓ ଛାତ୍ରୀଛାତ୍ର ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଥିଲେ। ସେମାନଙ୍କୁ ଅଟକାଇବାକୁ ଯାଇ ପୋଲିସ ସେମାନଙ୍କ ଉପରେ ଲାଠିମାଡ କରିଥିବା ଜଣାପଡ଼ିଛି। ପ୍ରଶାସନ ଦାବି ପୂରଣ କରୁ ନ ଥିବାରୁ କିଛି ଦିନରୁ ଲଗାତାର ଭାବେ ଜେଏନ୍‌ୟୁ ଛାତ୍ରୀଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ବିଶ୍ୱବିଦ୍ୟାଳୟ ଗେଟ ସମ୍ମୁଖରେ ପ୍ରଶାସନ ବ୍ୟାରିକେଡ ଲଗାଇବା ସହ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Share