Categories: ଜାତୀୟ

ଫି ବୃଦ୍ଧିକୁ ନେଇ ସଂସଦ ମୁହାଁ ଜେଏନ୍‌ୟୁ ଛାତ୍ର

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଫି ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାରେ ନାଁ ନେଉନି। ସୋମବାର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଉତ୍ତ୍ୟକ୍ତ ଛାତ୍ରମାନେ ସଂସଦ ମୁହାଁ ହୋଇଛନ୍ତି। ନିଜର ଦାବିକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଛାତ୍ର ଏକ ଶୋଭାଯାତ୍ରାରେ ବାହାରି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉଦ୍ୟମ ଛଳାଇଛନ୍ତି। ଏଥିପାଇଁ ସେମାନେ ଜେଏନ୍‌ୟୁର ଗେଟ୍‌ ସମ୍ମୁଖରେ ଲାଗିଥିବା ୩ଟି ବ୍ୟାରିକେଡ୍‌କୁ ଭାଙ୍ଗି ଶେଷ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହାରି ଭିତରେ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ସଂସଦ ବାହାରେ ୧୪୪ ଧାରା ଲାଗୁ କରାଯାଇଛି। ଅପରପକ୍ଷରେ ବିଶ୍ୱବିଦ୍ୟାଳୟ ବାହାରେ ୧୨୦୦ ପୋଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି।

Share