ଫୁକେଟରେ ନୂଆବର୍ଷ ପାଳିବେ ଏକତା

ମୁମ୍ବାଇ: ନୂଆବର୍ଷକୁ ନେଇ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟେଲିଭିଜନ ସେଲିବ୍ରିଟିମାନେ ନୂଆ ନୂଆ ଯୋଜନା କରିଛନ୍ତି। ଅଧିକାଂଶ ବଲିଉଡ୍‌ ସେଲିବ୍ରିଟି ସ୍ବିଜରଲାଣ୍ଡରେ ଛୁଟି କଟାଇବାକୁ ଯାଇଥିବା ବେଳେ ଏକତା କପୁର କିନ୍ତୁ ତାଙ୍କ ଟିମ୍‌ ସହ ଯାଇ ଥାଇଲାଣ୍ଡରେ ପହଞ୍ଚିଛନ୍ତି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ଫୁକେଟ ବିଚ୍‌ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖାଯାଇଛି। ସମସ୍ତଙ୍କ ଚେହେରାରେ ଏକ୍ସସାଇଟମେଣ୍ଟ ମଧ୍ୟ ଦେଖାଯାଇଛି। ସେଠାକାର କ୍ରିଷ୍ଟାଲ କ୍ଲିୟର ପାଣିରେ ବୋଟିଂର ମଜା ମଧ୍ୟ ଉଠାଇଛନ୍ତି, ଏହା ସହ ନାଇଟ୍‌ କ୍ଲବରେ ଡ୍ୟାନ୍ସ କରିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। ଏଥର ଏକତାଙ୍କ ସହ ଅଛନ୍ତି ଅନିତା ହସନନ୍ଦାନୀ, ରୋହିତ ସେଟ୍ଟୀ, କରିଷ୍ମା ତନ୍ନା, ରିଦ୍ଧିମା ପଣ୍ଡିତ ଓ ବିକାଶ ଗୁପ୍ତା।

Share