ଫୁଟବଲ ଟୁର୍ନାମେଣ୍ଟ, ତଣ୍ଡ୍ରିଗାଁ ଚାମ୍ପିୟନ

ଫିରିଙ୍ଗିଆ,୪ା୧୦- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ବରେବାଟା ଗ୍ରାମରେ ଚକାଡୋଳା କ୍ଲବ ଆନୁକୂଲ୍ୟରେ ଚାଲିଥିବା ବନ୍ଦନା କହଁର ସ୍ମାରକୀ ଫୁଟବଲ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ତଣ୍ଡ୍ରିଗାଁ ୪-୩ ଗୋଲରେ ମାସ୍ରିପଡାକୁ ହରାଇ ଚାମ୍ପିୟନ ହୋଇଛି। ପ୍ରଥମ ଓ ଦ୍ୱିତୀୟାର୍ଦ୍ଧରେ କେହି କାହା ବିପକ୍ଷରେ ଗୋଲ ଦେଇ ନ ପାରିବାରୁ ଟାଇବ୍ରେକର ପାଇଁ ନିଷ୍ପତି ହୋଇଥିଲା। ଏଥିରେ ମଧ୍ୟ ଚମତ୍କାର ପ୍ରଦର୍ଶନ ହୋଇଥିଲା। ହେଲେ ଶେଷରେ ଗୋଲ ନ ଦେଇ ପାରି ମାସ୍ରିପଡା ରନର୍ସଅପ ହୋଇଥିଲା। ଘାସିରାମ କହଁର, କିନେଶ୍ୱର କହଁର, ଫକୀର ମୋହନ ଦିଗାଲ ପ୍ରମୁଖ ରେଫରୀ ଦାୟିତ୍ୱ ତୁଲାଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଗୋଲକ ବିହାରୀ କହଁର, ପ୍ରଦୀପ କହଁର, କାମେଶ୍ୱର କହଁର, ସରୋଜ ଚର୍ଚ୍ଚା, ଦିଜ କହଁର ପ୍ରମୁଖ ଯୋଗଦେଇ ଚାମ୍ପିୟନ ଦଳକୁ ଟ୍ରଫି ସହ ୪୦୦୦ ଓ ରନର୍ସଅପ ଦଳକୁ ଟ୍ରଫି ସହ ୩୦୦୦ ଟଙ୍କା ପ୍ରଦାନ କରିଥିଲେ।

Share