ବୈଶିଙ୍ଗା,୧୧ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ରାଜୀବ କୁମାର ଜେନାଙ୍କ ବାଡ଼ିରେ ରବିବାର ସକାଳେ ଏକ ପାରିଜାତ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ଖବର ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ସେଠାରେ ଲୋକେ ଭିଡ଼ ଜମାଇଥିଲେ। ୧୦ ବର୍ଷ ତଳେ ଏହି ଗଛଟିକୁ କୋଲକାତାରୁ ଆଣି ଅତିଯତ୍ନରେ ଲଗାଇ ଥିବା ରାଜୀବ କହିଛନ୍ତି। ଏହି ଫୁଲ ଫୁଟିବା ଏକ ଶୁଭ ସଂକେତ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

Share