Categories: ଖେଳ

ଫୁଟ୍‌ବଲ ଖେଳୁଥିବା ଗାଈ ଭିଡିଓ ଭାଇରାଲ

ପଣଜୀ,୩।୭(ଏଏଫ୍‌ପି)- ଗୋଆରେ କ୍ରିକେଟ ଅପେକ୍ଷା ଫୁଟ୍‌ବଲର ଲୋକପ୍ରିୟତା ଅଧିକ। ଏହା କାହାକୁ ଅଜଣା ନାହିଁ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଗାଈ ଫୁଟ୍‌ବଲ ଖେଳୁଥିବାର ଦେଖିବାକୁ ମିଳିଛି। ଭିଡିଓ ଗୋଆର କୌଣସି ଏକ ଅଞ୍ଚଳରେ ଶୁଟ୍‌ କରାଯାଇଛି। ବଲକୁ ଗାଈଟି ତା’ର ୪ ଖୁରା ଓ ମୁଣ୍ଡରେ ଖେଳୁଛି। ବଲ ଛଡ଼ାଇବାକୁ ଉଦ୍ୟମ କରୁଥିବା ଖେଳାଳିଙ୍କୁ ତଡ଼ିବା ସହ ଗାଈ ଫୁଟ୍‌ବଲ ଦକ୍ଷତାର ପ୍ରଦର୍ଶନ କରିଥିଲା। ଜଣେ ଖେଳାଳି ବଲ ଛଡ଼ାଇବା ପରେ ଅନ୍ୟ ଖେଳାଳିଙ୍କୁ ପାସ୍‌ କରିଥିଲେ। ଏହି ଭିଡିଓକୁ ଜଣାଶୁଣା କ୍ରିକେଟ ଭାଷ୍ୟକାର ହର୍ଷା ଭୋଗ୍‌ଲେ ଟୁଇଟରରେ ଶେୟାର କରିଛନ୍ତି। ଏହାକୁ ଏପର୍ଯ୍ୟନ୍ତ ୬୨,୦୦୦ ପସନ୍ଦ କରିସାରିଲେଣି। ଏଥିରେ କିଛି ମଜାଦାର କମେଣ୍ଟ ଆସିଛି। ଏହା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଗାଈ ବୋଲି ଜଣେ କମେଣ୍ଟ କରିଛନ୍ତି।

 

 

Share