Categories: ଖେଳ

ଫୁଟ୍‌ବଲ ଭାଷ୍ୟକାରଙ୍କ ଚିକିତ୍ସା ଲାଗି କ୍ରୀଡ଼ାମନ୍ତ୍ରୀଙ୍କ ସହାୟତା

ନୂଆଦିଲ୍ଲୀ, ୧୬।୩ (ପି.ଟି.)-ସ୍ବାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରୁଥିବା ଫୁଟ୍‌ବଲ ଭାଷ୍ୟକାର ତଥା ଐତିହାସିକ ନୋଭି କାପାଡିଆଙ୍କ ଚିକିତ୍ସା ଖର୍ଚ୍ଚ ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ସହାୟତାର ହାତ ବଢ଼ାଇଛନ୍ତି। କାପାଡିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୪ ଦଶନ୍ଧି କରି ଚାକିରି କରିଥିଲେ ମଧ୍ୟ ତାଙ୍କ ପେନସନ୍‌ ଫଣ୍ଡ୍‌ କ୍ଲିୟର ହୋଇପାରି ନ ଥିଲା। ‘ଦଶନ୍ଧି ଧରି ନୋଭି କାପାଡିଆ ଭାରତୀୟ କ୍ରୀଡ଼ାକୁ ନିଜର ଅବଦାନ ଦେଇଛନ୍ତି। ଯେତେବେଳେ ମୁଁ ଜାଣିଲି କି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ତାଙ୍କ ପେନସନ୍‌ ପଡ଼ିରହିଛି ଏବଂ ସେ ଏକ ବିରଳ ସ୍ବାସ୍ଥ୍ୟା ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କର ମେଡିକାଲ ଖର୍ଚ୍ଚ ମଧ୍ୟ ଆବଶ୍ୟକ ହେଉଛି ସେତେବେଳେ ଆମେ ନିଷ୍ପତ୍ତି ନେଲୁ କି ତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବୁ। ଏଥିସହିତ ତାଙ୍କ ପେନସନ୍‌ କିଭଳି ଶୀଘ୍ର କ୍ଲିୟର ହେବ ସେଥିଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ସହିତ ଯୋଗାଯୋଗ କରିଛୁ’ ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି। କ୍ରୀଡ଼ାବିତ୍‌ଙ୍କ ଲାଗି ଉଦ୍ଦିଷ୍ଟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠିରୁ କାପାଡିଆଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି।

Share