Categories: ଖେଳ

ଫୁଟ୍‌ବଲ ମ୍ୟାଚ୍‌ରେ କୁନି ପ୍ରଶଂସକଙ୍କ ଉପରେ ହେଲା କଣ୍ଢେଇ ବର୍ଷା

ଡେ କୁଇପ (ନେଦରଲାଣ୍ଡ),୧୬।୯: ଏଠାରେ ରବିବାର ଡେନ ହାଗ ଓ ଫେଇନୁର୍ଡ କ୍ଲବ ମଧ୍ୟରେ ଅନୁଷ୍ଠିତ ଇରେଡିଭାଇଜ ଲିଗ୍‌ ମ୍ୟାଚ୍‌ରେ କୁନି ଦର୍ଶକଙ୍କ ଉପରେ କଣ୍ଢେଇ ବର୍ଷା ହୋଇଛି। ଏହି ମ୍ୟାଚ୍‌ ଉପଭୋଗ କରିବା ପାଇଁ ରୋଟେର୍ଡାମ ସୋଫିଆ ଶିଶୁ ମେଡିକାଲର ଅସୁସ୍ଥ କୁନି କୁନି ପ୍ରଶଂସକଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଷ୍ଟାଡିୟମ୍‌ର ତଳ ଷ୍ଟାଣ୍ଡରେ ବସିଥିବା କୁନି କୁନି ପ୍ରଶଂସକଙ୍କ ଉପରେ ନେଦରଲାଣ୍ଡର ଡେନ ହାଗ ଦଳର ସମର୍ଥକମାନେ କଣ୍ଢେଇ ବର୍ଷା କରିଥିଲେ। ମ୍ୟାଚ୍‌ ଶେଷ ହେବାକୁ ୧୨ ମିନିଟ୍‌ ବାକି ଥିବାବେଳେ ଦର୍ଶକଙ୍କ ଏଭଳି ବ୍ୟବହାର ଯୋଗୁ ଖେଳ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। କୁନି ପ୍ରଶଂସକମାନେ କଣ୍ଢେଇ ପାଇ ଖୁସି ପ୍ରକାଶ କରିଥିଲେ। ମ୍ୟାଚ୍‌କୁ ଆୟୋଜକ ଫେଇନୁର୍ଡ ୩-୨ ଗୋଲରେ ଜିତି ନେଇଥିଲା।

Share