ପାଗ ବଦଳିବା ସହ ଖାଇବା-ପିଇବା ଏବଂ ଦୈନଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଖାସ କରି ବର୍ଷାଦିନେ ଖାଦ୍ୟପେୟକୁ ନେଇ ଅଧିକ ସାବଧାନ ରହିବାକୁ ପଡ଼ିଥାଏ। କାରଣ ବର୍ଷାଦିନେ ବାହାରର ଖାଦ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥିବା ବେଳେ ଫୁଡ ପଏଜନିଙ୍ଗ୍ ସମସ୍ୟା ଦେଖା ଦେଇଥାଏ। ଯଦି ଆପଣ ଖରାଦିନେ ନିଜକୁ ଫୁଡ ପଏଜନିଙ୍ଗ୍ରୁ ଦୁରେଇ ରଖିବାକୁ ଚାହୁଁଛନ୍ତି, ତେବେ ଏହି ସବୁ ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ।
*ଫୁଡ ପଏଜନିଙ୍ଗ୍ର ସମସ୍ୟା ଦେଖାଗଲେ କଦଳୀ ଖାଇବା ଆରମ୍ଭ କରନ୍ତୁ। କାରଣ ଏଥିରେ ପୋଟାସିୟମ ଅଧିକ ପରିମାଣରେ ରହିଥାଏ। ଯାହା ପେଟର ସଂକ୍ରମଣକୁ କମ୍ କରିଥାଏ ।
*ଗୋଟେ ଚାମଚ ଅଦାର ରସ ପିଇ ଗୋଟେ ଗ୍ଲାସ ପାଣି ପିଇ ଦିଅନ୍ତୁ। ଏହାଦ୍ୱାରା ଫୁଡ ପଏଜନିଙ୍ଗ୍ ସମସ୍ୟା ଦୂର ହୋଇଥାଏ। ଅଦାରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ପେଟ ବିନ୍ଧା ଦୂର କରିବାର ଗୁଣ ରହିଥାଏ। ଦରକାର ଠାରୁ ଅଧିକ ଅଦା ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି କୁହାଯାଏ।
* ସେହିପରି ଜିରା ଖାଇବା ଦ୍ୱାରା ମଧ୍ୟ ଫୁଡ ପଏଜନିଙ୍ଗ୍ର ସମସ୍ୟା ଦୂର ହୋଇଥାଏ। ଫୁଡ ପଏଜନିଙ୍ଗ୍ର ସମସ୍ୟା ଦେଖାଗଲେ ଜିରାକୁ ଭାଜି ଚୁନା କରି ନିଜ ସୁପ୍ରେ ପକାଇ ପିଅନ୍ତୁ ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ।