Categories: ଜାତୀୟ

ଫୁଲତୋଡା ଦେବା ପରମ୍ପରାକୁ ହଟାଇଲେ ନୌସେନା ଅଧ୍ୟକ୍ଷ: ସମସ୍ତଙ୍କୁ ମିଳୁ ସମାନ ଭୋଜନ

ନୂଆଦିଲ୍ଲୀ,୫।୬: ନୌସେନା ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆଡମିରାଲ କରମବୀର ସିଂ। ଔପଚାରିକ ପ୍ରଥାକୁ ହଟାଇ ସମାନତାକୁ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କୌଣସି ଅଫିସିଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସବୁ ର଼୍ୟାଙ୍କର ନୌସେନା କର୍ମଚାରୀଙ୍କୁ ଏକାଭଳି ଖାଦ୍ୟ ପରସାଯାଉ। ଏଭଳି ଉତ୍ସବରେ ନୌସେନା ମୁଖ୍ୟ ଓ ତାଙ୍କ ଧର୍ମପତ୍ନୀଙ୍କୁ ଫୁଲ ତୋଡା ଦିଆ ନ ଯାଉ ବୋଲି ମଧ୍ୟ ସେ କହିଛନ୍ତି। ଏହାସହ ନୌସେନା ମୁଖ୍ୟଙ୍କ ପାଇଁ ପୂର୍ବରୁ ଯେପରି ଭାବେ ବହୁ ଗାଡି ପ୍ରସ୍ତୁତ କରି ରଖାଯାଇଥିଲା ସେ ପରମ୍ପରାକୁ ମଧ୍ୟ ହଟାଇ ଦେଇଛନ୍ତି କରମବୀର।

Share