ଫୁଲଦାନି କିଣିଥିଲେ ମାତ୍ର ୯୦ଟଙ୍କାରେ, ବିକିଲେ ୪.୪ କୋଟିରେ

କୁହାଯାଏ, ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହୋଇଯିବ, ତାହା କେହି ଜାଣିପାବେ ନାହିଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ଏଠାରେ ଜଣେ ବ୍ୟକ୍ତି ଏକ ଦୋକାନରୁ ମାତ୍ର ୯୦ ଟଙ୍କାରେ ଏକ ଫୁଲଦାନି କିଣି ୪.୪ କୋଟିରେ ତାକୁ ବିକିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଉକ୍ତ ବ୍ୟକ୍ତି ଜଣଙ୍କ ଏହି ଫୁଲଦାନିଟିକୁ କିଣିବାର କିଛିଦିନ ପରେ ଏହା ୩୦୦ ବର୍ଷ ପୁରୁଣା ବୋଲି ଜାଣିବାକୁ ପାଇଥିଲେ। ତେଣୁ ଫୁଲଦାନିଟିକୁ ସେ ନିଲାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଚାଇନାର ଜଣେ ବ୍ୟକ୍ତି ଫୁଲଦାନିଟିକୁ ୪.୪କୋଟି ଟଙ୍କା ଦେଇ କିଣିଛନ୍ତି। ୩୦୦ ବର୍ଷ ପୁରୁଣା ଏହି ଫୁଲଦାନିରେ ୧୭୩୫ରୁ ୧୭୯୬ ପର୍ଯ୍ୟନ୍ତ ଚାଇନାରେ ଶାସନ କରୁଥିବା ସମ୍ରାଟ କିୟାନଲୋଙ୍ଗଙ୍କ ସହ ଜଡିତ କିଛି ଚିହ୍ନ ଅଙ୍କିତ ଅଛି। ଏହି କାରଣରୁ ଫୁଲଦାନିଟି ସ୍ବତନ୍ତ୍ର ପରିଚୟ ପାଇଛି।

Share