ଫୁଲବାଣୀରେ ହେବ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ ଅବସରରେ ନୂଆ ଘୋଷଣା କରିଛନ୍ତି। ଏହି ଘୋଷଣା ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ। ରାଜ୍ୟର ପ୍ରତ୍ୟେକ ଅବିଭକ୍ତ ଜିଲାରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରିବାକୁ ଗୁରୁତ୍ୱ ଦିଆଯାଇଛି। ସେହିକ୍ରମରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ଜିଲା ପାଇଁ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କରିବା ନେଇ ବୁଧବାର ଘୋଷଣା କରିଛନ୍ତି। ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କଠାରୁ ମିଳିଥିବା ପରାମର୍ଶ ଉପାଦେୟ ହେଉଛି। ତେଣୁ ଏହି କାର୍ଯ୍ୟକ୍ରମରେ ଅନ୍ୟ ବିଭାଗଗୁଡିକ ସାମିଲ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Share