Categories: କନ୍ଧମାଳ

ଫୁଲବାଣୀ ବ୍ଲକ କଲୋନୀରେ ଜବରଦଖଲ ଉଚ୍ଛେଦ

ଫୁଲବାଣୀ ଅଫିସ, ୨୨ା୧୨- ଫୁଲବାଣୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କଲୋନୀରେ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ନିଜ ଜିନିଷପତ୍ର ନେଇ ଯିବା ପାଇଁ ବିଡିଓ ଜବରଦଖଲକାରୀଙ୍କୁ କହିବା ପରେ ସେମାନେ ଏଥିରେ ରାଜି ହୋଇଥିଲେ। ସୂଚନା ଅନୁଯାୟୀ, ବ୍ଲକ କଲୋନୀରେ ସରକାରୀ କ୍ୱାଟର୍ସ ରହିଛି। ବହୁବର୍ଷ ହେବ କ୍ୱାର୍ଟର ପଛପଟେ ୬ଟି ପରିବାର ଜବରଦଖଲ କରି ରହୁଥିଲେ। ଏ ନେଇ ବାରମ୍ବାର ଅଭିଯୋଗପରେ ତହସିଲଦାର ଏବଂ ବିଡିଓ ପୋଲିସ ସହ ଶନିବାର ଯାଇ ଜବରଦଖଲକାରୀଙ୍କୁ ବୁଝାସୁଝା କରିବାରୁ ସେମାନେ ଚାଲି ଯାଇଥିଲେ। ଏ ନେଇ ବିଡିଓ ସୁବ୍ରତ କୁମାର ଜେନା କୁହନ୍ତି, ଆମେ ଜବରଦଖଲ ଉଚ୍ଛେଦ କରିଛୁ। ସେମାନଙ୍କୁ ତହସିଲଦାର ଥଇଥାନ ପାଇଁ ସ୍ଥାନ ଦେଇଛନ୍ତି। ଯେଉଁମାନଙ୍କ ଜାଗା ନାହିଁ, ଭୂମିହୀନ ଥଇଥାନ ଯୋଜନାରେ ସାମିଲ କରାଯିବ। ଉଚ୍ଛେଦବେଳେ ତହସିଲଦାର ଆଲୋକ ପ୍ରଧାନ, ଥାନାଧିକାରୀ ନରେଶ ସାହୁ ସଦଳବଳ ଉପସ୍ଥିତ ଥିଲେ।