ଫୁଲ, ଚନ୍ଦନ ଦେଇ ମତଦାତାଙ୍କୁ ସ୍ବାଗତ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଆଦର୍ଶ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ପ୍ରକ୍ରିୟା ଭିନ୍ନ ଆକର୍ଷଣ ପାଲଟିଛି । ଏହି କ୍ରମରେ ବିଜେପୁର ବାଳକ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଭୋଟଗ୍ରହଣ କେନ୍ଦ୍ର ନଂ. ୧୦୫ରେ ବରିଷ୍ଠ, ଦିବ୍ୟାଙ୍ଗ, ଯୁବ ମତଦାତାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରାଯାଉଛି। ସେହିପରି ହୁଇଲ୍‌ଚେୟାର, ପାଣି, ଶୌଚାଳୟ ଆଦିର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

Share