ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି…

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ। ଅଧାକପ୍‌ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୁଡ଼ପାଣି ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ଏହା ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। ମହିଳାଙ୍କଠାରେ ଦେଖାଦେଉଥିବା ଋତୁସ୍ରାବ ଓ ବିଭିନ୍ନ ସମସ୍ୟା ଗୁଡ଼ପାଣି ଦୂର କରେ। ଏଥିରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।