Categories: ଖେଳ

ଫେଡରରଙ୍କୁ ଦ୍ୱିତୀୟ, ନାଡାଲଙ୍କୁ ତୃତୀୟ ସିଡ୍‌

ଲଣ୍ଡନ,୨୬।୬- ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ପୂର୍ବରୁ ଖେଳାଳିଙ୍କ ସିଡ୍‌ ବୁଧବାର ପ୍ରକାଶ ପାଇଛି। ୮ ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ଦ୍ୱିତୀୟ ସିଡ୍‌ ପ୍ରଦାନ କରାଯାଇଥିବାବେଳେ ରାଫାଲ ନାଡାଲଙ୍କୁ ତୃତୀୟ ସିଡ୍‌ ଦିଆଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ଶୀର୍ଷ ସିଡ୍‌ ପାଇଛନ୍ତି। ଗତ ଥର ଉପବିଜେତା ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କ ର଼୍ୟାଙ୍କିଙ୍ଗ୍‌ ୮ମକୁ ଖସିଥିଲେ ମଧ୍ୟ ସେ ୪ର୍ଥ ସିଡ୍‌ ବିବେଚିତ ହୋଇଛନ୍ତି। ଫଳରେ ଦୁଇ ଥର ଚାମ୍ପିୟନ ସ୍ପେନର ନାଡାଲଙ୍କୁ ଚଳିତ ଥର ଟାଇଟଲ ପାଇଁ ଫେଡରର ଓ ଜୋକୋଭିଚ୍‌ଙ୍କୁ ହରାଇବାକୁ ପଡ଼ିବ। ମହିଳା ବିଭାଗରେ ନୂଆ କରି ଶୀର୍ଷ ର଼୍ୟାଙ୍କ ଅଧିକାରୀ ହୋଇଥିଲା ଆଶ୍ଲେ ବାର୍ଟିଙ୍କୁ ନଂ ୧ ସିଡ୍‌ ପ୍ରଦାନ କରାଯାଇଛି। ୭ ଥର ଚାମ୍ପିୟନ ସେରେନା ଓ୍ବିଲିୟମ୍ସଙ୍କୁ ୧୧ତମ ମାନ୍ୟତା ଦିଆଯାଇଛି। ଟପ୍‌ ୩୨ ର଼୍ୟାଙ୍କ ଖେଳାଳିଙ୍କ ଗ୍ରାସ କୋର୍ଟରେ ଗତ ୨୪ ମାସର ପ୍ରଦର୍ଶନକୁ ଭିତ୍ତି କରି ସିଡ୍‌ ପ୍ରଦାନ କରାଯାଏ।

Share