Categories: ଖେଳ

ଫେଡରରଙ୍କୁ ହରାଇବା ପାଇଁ ଚିଟିଂ କରିଥିଲେ ମିଲମ୍ୟାନ

ମେଲବୋର୍ନ,୨୫।୧(ଏଏଫ୍‌ପି)- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ଶୁକ୍ରବାର ୫ ସେଟ୍‌ ବିଶିଷ୍ଟ ମାରାଥନ ମ୍ୟାଚ୍‌ରେ ଜନ ମିଲମ୍ୟାନଙ୍କୁ ହରାଇଥିଲେ। ମ୍ୟାଚ୍‌ର ଫଳାଫଳ ଟାଇବ୍ରେକରରେ ବାହାରିଥିଲା। ଏହି ମ୍ୟାଚ୍‌ରେ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଫେଡରରଙ୍କୁ ହରାଇବା ପାଇଁ ୩୦ ବର୍ଷୀୟ ଅଷ୍ଟ୍ରେଲିଆନ ଖେଳାଳି ଚିଟିଂ କରିବାକୁ ପଛାଇ ନ ଥିଲେ। ସର୍ଭ କରିବା ପୂର୍ବରୁ ମିଲମ୍ୟାନ ବଲକୁ ଝାଳରେ ଓଦା ହୋଇ ସାରିଥିବା ଟି-ସାର୍ଟରେ ରୋଲ କରିଥିଲେ। ବଲ ଓଦା ହେବା ଫଳରେ ଅଧିକ ଗତି ମିଳେ। ଏଭଳି ନିୟମ ଆଇଟିଏଫ୍‌ (ଅନ୍ତର୍ଜାତୀୟ ଟେନିସ ଫେଡେରେଶନ)ର ନିୟମ ତାଲିକାରେ ନାହିଁ। ମିଲମ୍ୟାନଙ୍କ ଚିଟିଂ କରିଥିବା ସମ୍ପର୍କରେ ନେଦରଲାଣ୍ଡର ପୂର୍ବତନ ଖେଳାଳି ତଥା କୋଚ୍‌ ସ୍ବେନ ଗ୍ରୋନେଭେଲ୍ଡ ଏକ ଭିଡିଓ ଶେୟାର କରିଛନ୍ତି।

Share