Categories: ଖେଳ

ଫେଡରରଙ୍କୁ ହରାଇଲେ ତିସିତ୍‌ସିପାସ୍‌

ଲଣ୍ଡନ୧୭ା୧୧ (ଏଏଫ୍‌ପି)-ଏଟିପି ଫାଇନାଲ୍ସରେ ପ୍ରଥମ ପଦାର୍ପଣରେ ଗ୍ରୀସ୍‌ର ଷ୍ଟିଫାନୋସ ତିସିତ୍‌ସିପାସ୍‌ ବଡ଼ ସଫଳତା ହାସଲ କରିଛନ୍ତି। ଶନିବାର ସେ ୬ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ୬-୩, ୬-୪ ସେଟ୍‌ରେ ପରାସ୍ତ କରି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ସୁଇଜରଲାଣ୍ଡର ୩୮ ବର୍ଷୀୟ ଫେଡରରଙ୍କଠାରୁ ୬ଷ୍ଠ ସିଡ୍‌ ତିସିତ୍‌ସିପାସ ୧୭ ବର୍ଷ ସାନ। ଏହାପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନରେ ଥରେ ଫେଡରରଙ୍କୁ ପରାସ୍ତ କରିଥିଲେ। ମାତ୍ର ପରେ ଦୁଇଥର ପରାଜୟ ବରଣ କରିବାକୁ ହୋଇଥିଲା। ତିସିତ୍‌ସିପାସ୍‌ ଫାଇନାଲରେ ୫ମ ସିଡ୍‌ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ଏବଂ ଗତଥରର ଚାମ୍ପିୟନ ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭରେଭ୍‌ଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବେ।

Share