ଫେନ୍‌ଘାଏ ବଁଦୀ ଜୀବନ୍‌ ବିତଉଛନ୍‌ ଲିଲିମା

ଜାମଟିକ୍ରା, ୧୯।୭ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଟାଙ୍ଗରପାଲି ପଁଚେତ ରେଙ୍ଗାଲିପାଲି ଗଁାର ମାନସିକ୍‌ ରୁଗୀ ଲିଲିମା ଭୋରାସାଗର(୨୪)। ଲିଲିମା ଉପରେ ଗଲା ୨୦୧୮ ଅକ୍ଟୋବର ୮ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ଲିଲିମା’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସମ୍ବଲପୁରର ଗୁଟେ ସ୍ବେଚ୍ଛାସେବୀ ସଂଗଠନର ଉଦିଅମରେ ଲିଲିମାକେ ଗଲା ଅକ୍ଟେବର ୧୭ରେ ବୁର୍ଲା ଭୀମସାରର ମାନସିକ ରୋଗ ବିଭାଗରେ ଚିକିସତ୍ା ଲାଗି ଭରତି କରାଯାଇଥିଲା। ସେଠାନେ ଲିଲିମାକେ ଗୁଟେ ହପ୍‌ତା ଚିକିସତ୍ା କଲା ଉତାରୁ ସେ ଟିକେ ଭଲ ହେଇଥିଲେ। ସେ ହିସାବେ ଅକ୍ଟୋବର ୨୬ରେ ତାହାକୁ ଡାକ୍‌ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଘରେ ଦିନାକେତେ ଠିକ୍‌ଠାକ୍‌ ରହେଲେ। ହେଲେ ଅଭାବ ଅନାଟନ ଲାଗି ପରିବାର ଲୋକ ଫିଦିନ ଲିଲିମାକେ ଉଷୋକଷା ନାଇଁ ଦେଇପାରଲେ। ଯେନ୍‌ଥିରଲାଗି ଲିଲିମା ଏହେଦେ ଫେନ୍‌ ତାକର ପୂରବର ଅବସ୍‌ତାକେ ଫିରିଛନ୍‌। ଏନ୍‌ତାଥି ଘରର ଲୋକ୍‌ ଉପେ ଶୂଇନ୍‌ ହେଇ ଫେନ୍‌ ତାକର ହାତ୍‌ଗୋଡ଼ ଲୁହା ଶିଁକ୍‌ଲା ଆର ଦଉରାଥି ବଁାଧିକରି ରଖିଛନ୍‌।
ପୂରବର ସୂଚନା ହିସାବେ ରେଙ୍ଗାଲିପାଲି ଝୁମ୍ପୁଡ଼ିପଡ଼ାର ଅର୍ଜୁନ ବାଗ(୬୫)। ସେ ନିହାତି ଗରିବ୍‌ ହେଇଥିଲାବେଲେ କୁଲି ମଜୁରିକରି କୁଟୁମ ପୁଷୁଥିଲେ। ଅର୍ଜୁନ ତାକର ଗୁଟେବଲି ଝି’ ଚନ୍ଦ୍ରକାନ୍ତି(୪୨)କେ ବରଗଡ଼ ଜିଲା ଭଟଲି ବ୍ଲକ କରଲାଜୁରୀ ଗଁାର ବିକ୍ରମ ଭୋରାସାଗରକୁଁ ବିହା କରେଇଥିଲେ। ତାକର ଦୁଇଟା ଝି’ ହେଲା ଉତାରୁ ବିକ୍ରମ ମାନସିକ୍‌ ରୋଗ୍‌ରେ ପୀଡ଼ିତ ହେଇ ଆରପାରକେ ଚାଲିଗଲେ। ଏନ୍‌ତାଥି ଚନ୍ଦ୍ରକାନ୍ତି ଦୁଇ ଝି’କୁ ଧରି ବାପ୍‌ ଘରକେ ପଲେଇ ଆଏଲେ। ହେଲେ ଆଏଜ୍‌କେ ୧୪ ବଛର ହେଲା ଚନ୍ଦ୍ରକାନ୍ତିକଁର ଝି’ ଲିଲିମା ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ପରିବାରଟା ଅଭାବ ଅନାଟନ ଲାଗି ଲିଲିମାର ଚିକିସତ୍ା କରେଇ ନାଇପାରବାର। ଶେଷେ ତାକର ବେଭାର ଆଚାରରେ ପରିବରତନ୍‌ ହେଲାରୁ ଘରର ଲୋକ୍‌ ଗୋଡ଼ହାତ୍‌ ଶିଁକ୍‌ଲାଥି ବଁାଧି ରଖିଥିଲେ। ଇ ପରିବାର ଉପରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରଲାରୁ ଲିଲିମା ଚିକିସତ୍ା ସାହାଯ୍‌ ସଂଗେ ଭିନ୍ନକ୍ଷମ ଭତା ପାଇଥିଲେ। ସେନ୍‌ତା ତାକର ମା’ ଚନ୍ଦ୍ରକାନ୍ତି ବି ବିଧବା ଭତା ପାଏବାର ସଂଗେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ପାଇଛନ୍‌। ଯେନ୍‌ଥିରଲାଗି ସେ ଧରିତ୍ରୀକେ ଧଏନ୍‌ବାଦ ଜନେଇଛନ୍‌। ସେ ଫେନ୍‌ଘାଏ ଗଣମାଧ୍ୟମ ଜରିଆରେ ଝି’ର ଚିକିସତ୍ା ଲାଗି ଥାନୀୟ ପରଶାସନକେ ଗୁହାରି କରିଛନ୍‌।