Categories: ଜାତୀୟ

ଫେବୃୟାରୀରେ ଭାରତ ଗସ୍ତରେ ଆସିପାରନ୍ତି ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ଫେବୃୟାରୀ ୨୪ରୁ ୨୬ ମଧ୍ୟରେ ସେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତ କିଛି ଦିନ ହେଲା ଟ୍ରମ୍ପ୍‌ଙ୍କ ଏହି ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଗସ୍ତକୁ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ। ଉକ୍ତ ଗସ୍ତ ଦୁଇ ଦେଶ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥିବା ବେଳେ ଇତ୍ୟବସରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ। ଗତ କିଛି ମାସ ଧରି ଭାରତ ଓ ଆମେରିକା ମଧ୍ୟରେ ଅଟକି ରହିଥିବା ଟ୍ରେଡ ଡିଲ୍‌ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।

Share