Categories: ବାଣିଜ୍ୟ

ଫେବୃୟାରୀରେ ଶିଳ୍ପ ଉତ୍ପାଦନ ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶର ଶିଳ୍ପ ଉତ୍ପାଦନ ୪.୫% ବୃଦ୍ଧି ଘଟିଛି। ଖଣି ,ମାନୁଫାକଚରିଂ ଏବଂ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଆସିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଥିବା ସରକାର ଗୁରୁବାର ଜାରି କରିଥିବା ଡାଟାରୁ ଏହା ସାମ୍ନାକୁ ଆସିଛି। ଏହି ସମୟରେ ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି) ୦.୨% ବୃଦ୍ଧି ଘଟିଥିବା ଜଣାପଡିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଡାଟା ମୁତାବକ ଫେବୃୟାରୀରେ ମାନୁଫାକଚରିଂ କ୍ଷେତ୍ର ଉତ୍ପାଦନ ୩.୨% ବୃଦ୍ଧି ଘଟିଛି। ଏହା ଗୋଟିଏ ବର୍ଷ ତଳେ ସମାନ ସମୟରେ ୦.୩% ଅଭିବୃଦ୍ଧି ସାଧନ କରିଥିଲା। ସେହିଭଳି ଫେବୃୟାରୀରେ ଇଲେକ୍ଟ୍ରିସିଟି ଉତ୍ପାଦନ ୮.୧% ବୃଦ୍ଧି ଘଯିଛି। ୨୦୧୯ ଫେବୃୟାରୀରେ ଏହା ୧.୩% ରହିଥିଲା। ଖଣି କ୍ଷେତ୍ର ଉତ୍ପାଦନ ପ୍ରାୟ ୧୦% ବୃଦ୍ଧି ଘଟିଥିବା ବେଳେ ଏହା ପୂର୍ବରୁ ୨.୨% ରହିଥିଲା। ଏପ୍ରିଲ-ଫେବୃୟାରୀ ସମୟରେ ଆଇଆଇପି ଅଭିବୃଦ୍ଧି ୦.୦%କୁ ଖସିଛି। ୨୦୧୮-୧୯ ସମୟରେ ଏହା ୪% ରହିଥିଲା।

Share