ଫେବୃୟାରୀ ୧କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଓଡ଼ିଶା ଓ ପଡ଼ୋଶୀ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶନିବାର ଟ୍ରିବ୍ୟୁନାଲ କରିଛନ୍ତି। ଏଥିରେ ପରବର୍ତ୍ତୀ ଶୁଣାଣିକୁ ଫେବୃୟାରୀ ୧କୁ ଘୁଞ୍ଚାଇ ଦିଆଯାଇଛି। ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରି ଉଭୟ ଛତିଶଗଡ଼ ଓ ଓଡ଼ିଶା ଟ୍ରିବ୍ୟୁନାଲକୁ ଅବଗତ କରାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାନୁୟାରୀ ମାସରେ କରାଯିବ। ଜାନୁୟାରୀ ୪ରେ ଛତିଶଗଡ଼ ଓ ୧୬ରେ ଓଡ଼ିଶା କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ,ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ କ୍ଷେତ୍ର ପରିଦର୍ଶନ କରିବା ପରେ ଓଡ଼ିଶା ଓ ଛତିଶଗଡ଼କୁ ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୌଣସି କାରଣବଶତଃ ନଭେମ୍ବର ୩୦ ତାରିଖର ଶୁଣାଣିକୁ ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଥିଲା।

Share