ଫେବୃୟାରୀ ୧ରେ ନେହା କକ୍କରଙ୍କ ମେହେନ୍ଦୀ ଉତ୍ସବ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଆଜିକାଲି ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ବିବାହ ଖବରକୁ ନେଇ ସମସ୍ତଙ୍କ ନଜର ତାଙ୍କ ଉପରେ। ଶୁଣିବାକୁ ମିଳୁଛି ନେହା ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। କିଛିଦିନ ତଳେ ‘ଇଣ୍ଡିଆନ ଆଇଡଲ୍‌ ସିଜିନ୍‌-୧୧’ ସେଟ୍‌ରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେଟ୍‌ରେ ନେହାଙ୍କ ମାତାପିତା ଏବଂ ଆଦିତ୍ୟଙ୍କ ମାତାପିତା ମଧ୍ୟ ପହଞ୍ଚିଥିଲେ। ଖୋଦ୍‌ ଉଦିତ୍‌ ନାରାୟଣ ନେହାଙ୍କୁ ବୋହୂ କରି ନେବେ ବୋଲି କହିଥିଲେ। ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେ’ରେ ନେହା ଆଦିତ୍ୟଙ୍କ ହାତ ଧରିବାକୁ ଯାଉଛନ୍ତି ବୋଲି ସେଟ୍‌ରେ ଚର୍ଚ୍ଚା ହୋଇଥିଲା। ଏଥିପାଇଁ ମେହେନ୍ଦୀ ଲଗା ଡେଟ୍‌ ମଧ୍ୟ ଫିକ୍ସ ହୋଇସାରିଛି।

କୁହାଯାଉଛି, ଫେବୃୟାରୀ ୧ରେ ନେହାଙ୍କ ମେହେନ୍ଦୀ ଲଗା ପର୍ବ ଅନୁଷ୍ଠିତ ହେବ। ନେହାଙ୍କୁ ଉଦିତ୍‌ ନାରାୟଣ ଖୁବ୍‌ ପସନ୍ଦ କରନ୍ତି। ସେ କୁହନ୍ତି, ଘରକୁ ଆଉ ଜଣେ ନାରୀ ଗାୟିକା ଆସିବେ। ସେ ଏଥିପାଇଁ ବହୁତ ଖୁସି। ତେବେ ମଜାରେ ମଜାରେ ଆରମ୍ଭ ହୋଇଥିବା ଏହି ବିବାହ ପ୍ରସଙ୍ଗ କେତେଦୂର ସତରେ ପରିଣତ ହେଉଛି ତାହା ଦେଖିବାକୁ ବାକି ରହିଲା।

Share