Categories: ଜାତୀୟ

ଫେବୃୟାରୀ-୧ରେ ଫାଶୀ: ରକ୍ଷା ପାଇବା ଲାଗି ବିନୟ-ଅକ୍ଷୟ-ପଓ୍ବନଙ୍କ ପାଖରେ ରହିଛି ବିକଳ୍ପ

ନୂଆଦିଲ୍ଲୀ,୨୯।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀଦଣ୍ଡ ପାଇଁ ମୃତ୍ୟୁ ଓ୍ବାରେଣ୍ଟ୍‌ ଜାରି ହୋଇସାରିଛି। ଇତିମଧ୍ୟରେ ମୁକେଶ ସିଂଙ୍କ ଫାଶୀରୁ ରକ୍ଷା ପାଇବା ସମସ୍ତ ବିକଳ୍ପ ଶେଷ ହୋଇଛି। ବୁଧବାର ରାଜକ୍ଷମା ବିରୋଧରେ ସେ ସୁପ୍ରିମ୍‌କୋର୍ଟରେ କରିଥିବା ଆବେଦନ ଖାରଜ ହୋଇଛି। ତେବେ ଦୋଷୀ ବିନୟ ଶର୍ମାଙ୍କ ପାଖରେ ଏବେ ରାଜକ୍ଷମା ଏବଂ ରାଜକ୍ଷମା ଖାରଜ ହେବା ପରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିବା ଆଦି ୨ଟି ବିକଳ୍ପ ରହିଛି। ସେହିପରି ପଓ୍ବନ ଗୁପ୍ତା ଏବଂ ଅକ୍ଷୟ ସିଂଙ୍କ ପାଖରେ ୩ଟି ବିକଳ୍ପ ରହିଛି। ସେମାନେ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କରିପାରିବେ। ଏହାପରେ ଏହି ୨ ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଲାଗି ମଧ୍ୟ ଆବେଦନ କରିବା ବିକଳ୍ପ ରହିଛି। ରାଜକ୍ଷମା ଖାରଜ ହେଲେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ମଧ୍ୟ ସେମାନେ ଆବେଦନ କରିପାରିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଅକ୍ଷୟଙ୍କ ରାଜକ୍ଷମା ବିଚାରାଧୀନ ରହିଛି।

Share