ଫେବୃୟାରୀ ୧୪ରେ ପୁଣି ଭାରତରେ ରିଲିଜ ହେବ ‘ଜୋକର୍‌’

ବମ୍ବେ: ପୁଣି ଥରେ ଭାରତରେ ରିଲିଜ୍‌ ହେବ ଚର୍ଚ୍ଚିତ ହଲିଉଡ୍‌ ଚଳଚ୍ଚିତ୍ର ‘ଜୋକର୍‌’। ଜ୍ୱାକୁଇନ୍‌ ଫୋନେକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃୟାରୀ ୧୪ରେ ରିଲିଜ୍‌ କରାଯିବ। ପୂର୍ବରୁ ଅକ୍ଟୋବର ୨ରେ ଏହା ଭାରତରେ ରିଲିଜ୍‌ ହୋଇଥିଲା। ବ୍ୟବସାୟିକ କ୍ଷେତ୍ରରେ ଫିଲ୍ମ ରେକର୍ଡ ରଚିଥିଲା, ଯାହାକୁ ଦୃଷ୍ଟିରେ ରଖି ଏହାକୁ ପୁଣି ରିଲିଜ୍‌ କରାଯାଉଛି। ବମ୍ବେ, ଦିଲ୍ଲୀ, ବାଙ୍ଗାଲୋର, ଗୁରୁଗାଓଁ, ନୋଏଡ଼ା, ଚେନ୍ନାଇ, କୋଲ୍‌କାତା, ପୁଣେ, ହାଇଦ୍ରାବାଦ, ଜୟପୁର, ଅହମ୍ମଦାବାଦ ସମେତ ଅନ୍ୟ ସହରଗୁଡ଼ିକରେ ଏହାକୁ ରିଲିଜ୍‌ କରାଯିବ। ଉକ୍ତ ଦିନ ଇମ୍‌ତିଆଜ ଅଲ୍ଲୀ ନିର୍ମିତ ‘ଲଭ୍‌ ଆଜ୍‌ କଲ୍‌’ ମଧ୍ୟ ରିଲିଜ୍‌ ହେଉଛି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସାରା ଅଲ୍ଲୀ ଖାଁ ଏବଂ କାର୍ତ୍ତିକ ଆର୍ୟନ। ଜୋକର୍‌ର ଲୋକପ୍ରିୟତା ଯୋଗୁ ‘ଲଭ୍‌ ଆଜ୍‌ କଲ୍‌’ର ବ୍ୟବସାୟ ଉପରେ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। ଫିଲ୍ମର ସଫଳତାକୁ ଯଦି ଦେଖାଯାଏ, ତେବେ ଓସ୍କାର ଆଓ୍ବାଡର୍‌ସ-୨୦୨୦ର ନୋମିନେଶନରେ ଏହାର ଦବ୍‌ଦବା ଦେଖିବାକୁ ମିଳୁଛି। ବିଶେଷକରି ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ଏହା ସାମିଲ ହୋଇଛି।

Share