Categories: ଜାତୀୟ

ଫେବୃୟାରୀ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଅରବିନ୍ଦ କେଜରିଓ୍ବାଲ ଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ଆମ୍‌ ଆଦ୍‌ମୀ ପାର୍ଟ(ଏଏପି) ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ଦଳର ୬୨ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କେତେକ ଶପଥ ନେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଦଳୀୟ ବୈଠକରେ କେଜରିଓ୍ବାଲଙ୍କୁ ନେତା ଭାବେ ନିର୍ବାଚିତ କରାଯିବ। ଏହି ବୈଠକ କେଜରିଓ୍ବାଲଙ୍କ ବାସଭବନରେ ଅନୁଷ୍ଠିତ ହେବ।

Share