ଫେବୃୟାରୀ ୧୮ରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୪ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ୨ଟି ପର୍ଯ୍ୟାୟରେ ଚାଲିବ। ଫେବୃୟାରୀ ୧୪ରୁ ଫେବୃୟାରୀ ୨୯ ଯାଏ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏଥିରେ ମୋଟ ୩୧ଟି କାର୍ଯ୍ୟଦିବସ ରହିବ। ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଅଭିଭାଷଣ ଦେବେ। ଫେବୃୟାରୀ ୧୮ରେ ବଜେଟ ଆଗତ ହେବା ପରେ ଏପ୍ରିଲ ୯ରେ ଏହା ସରିବ ବୋଲି ସୂଚନା ମିଳିଛି।

Share