ଫେବୃୟାରୀ ୨୪-୨୫ରେ ଭାରତ ଆସିବେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତ କରିବେ। ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କରାଯାଇଥିବା ଟୁଇଟ୍‌ରୁ ଏହି ସୂଚନା ମିଳିଛି। ଏହି ଯାତ୍ରା ସମୟରେ ଟ୍ରମ୍ପ ନୂଆଦିଲ୍ଲୀ ସହ ହାଇଦ୍ରାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ଏହି ଗସ୍ତ ପରେ ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ମଜଭୂତ ହେବ। ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହାଉଡି ମୋଦି’ ଇଭେଣ୍ଟ ପାଇଁ ଆମେରିକା ଗସ୍ତ କରିଥିଲେ। ଟେକ୍ସାସର ହ୍ୟୁଷ୍ଟନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଯୋଗଦେବା ସହ ଟ୍ରମ୍ପକୁ ପରିବାର ସହ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ଲୋକ ମୋଦିଙ୍କୁ ଲାଇଭ୍‌ ଦେଖିବାର ସୁଯୋଗ ପାଇଥିଲେ। ସେତେବେଳେ ‘ହାଉଡି ମୋଦି’ ମୋଦି କାର୍ଯ୍ୟକ୍ରମ ଚର୍ଚ୍ଚାର ବିଷୟ ପାଲଟିଥିଲା।

Share