ଫେବୃୟାରୀ ୨୯ରୁ ଭୁବନେଶ୍ୱରରୁ ବାରାଣସୀକୁ ବିମାନ ସେବା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ସୋମବାର ଭୁବନେଶ୍ୱରରୁ ସୁରଟ୍‌କୁ ବିମାନ ସେବା ଆରମ୍ଭ ହେବା ପରେ ଆସନ୍ତା ଫେବୃୟାରୀ ୨୯ରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଏଥିପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଗଲାଣି। ଏନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ବି. ଭେଙ୍କେଟେଶ୍ୱର ରାଓ ସୂଚନା ଦେଇଛନ୍ତି। ସପ୍ତାହର ସବୁ ଦିନ ଏହି ବିମାନ ଚାଲିବ। ବିମାନଟି ଭୁବନେଶ୍ୱରରୁ ରାତି ୯ଟାରୁ ଉଡ଼ାଣ କରି ରାତି ୧୦ଟା ୫୫ମିନିଟ୍‌ରେ ବାରାଣସୀର ଲାଲ୍‌ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବ। ସେହିପରି ବାରାଣସୀରୁ ସନ୍ଧ୍ୟା ୬ଟା ୪୫ରୁ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ରାତି ୮ଟା ୪୦ମିନିଟ୍‌ରେ ଅବତରଣ କରିବ।

Share