ଫେବୃୟାରୀ ୩ ରୁ ଆଇଏସ୍‌ସି ଦ୍ୱାଦଶ, ୨୭ରୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ-୨୦୨୦ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଦଶମ ପରୀକ୍ଷା ଫେବୃୟାରୀ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ। ସେହିପରି ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ଶେଷ ହେବ। ଦଶମ ପରୀକ୍ଷା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବାକୁଥିବାବେଳେ ୧୦ଟା ୪୫ରେ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନପତ୍ର ଦିଆଯିବ। ସେହିପରି ଦ୍ୱାଦଶର ମୌଖିକ (ପ୍ରାକ୍ଟିକାଲ୍‌) ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବାକୁ ଥିବାବେଳେ ୮ଟା ୪୫ରେ ପ୍ରଶ୍ନପତ୍ର ଦିଆଯିବ। ଦ୍ୱାଦଶର ଲିଖିତ ପରୀକ୍ଷା ଅପରାହ୍ନ ୨ଟାରେ ଆରମ୍ଭ ହେବାକୁ ଥିବାବେଳେ ୧ଟା ୪୫ରେ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନପତ୍ର ଦିଆଯିବ। ପରୀକ୍ଷାର୍ଥୀମାନେ www.cisce.org ଓ୍ବେବ୍‌ସାଇଟ୍‌ରୁ ପରୀକ୍ଷା ସୂଚୀ ଏବଂ ଅନ୍ୟାନ୍ୟ ତଥ୍ୟ ପାଇପାରିବେ।

Share