Categories: ଜାତୀୟ

ଫେବୃୟାରୀ ୮ରେ ଦିଲ୍ଲୀବାସୀ କେଜରିଓ୍ବାଲଙ୍କୁ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ଦେବେ: କପିଲ ମିଶ୍ର

ନୂଆଦିଲ୍ଲୀ, ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଚାରର ଶେଷ ଦିନ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ମଡେଲ ଟାଉନ ବିଧାନସଭା ଆସନରୁ ଭାଜପା ପକ୍ଷରୁ ନିର୍ବାଚନ ଲଢୁଥିବା କପିଳ ମିଶ୍ର ପୁଣି ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି। ସେ ଟୁଇଟ କରି କହିଛନ୍ତି, ଫେବୃୟାରୀ-୮ରେ ଦିଲ୍ଲୀବାସୀ କେଜରିଓ୍ବାଲଙ୍କୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବେ। ପାକିସ୍ତାନ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ସେତେବେଳେ କେଜରିଓ୍ବାଲ୍‌ ଏହାର ପ୍ରମାଣ ମାଗିଥିଲେ। ପୂର୍ବରୁ ଦିଲ୍ଲୀର ସାହିନବାଗକୁ ମିନି ପାକିସ୍ତାନ କହି ଅଡ଼ୁଆରେ ପଡ଼ିଥିବା କପିଲଙ୍କ ଉପରେ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ ୪୮ ଘଣ୍ଟା ପାଇଁ ରୋକ ଲଗାଇଥିଲେ। ଏହା ବ୍ୟତୀତ କପିଲ ଟୁଇଟ୍‌ କରି କହିଥିଲେ ଯେ, ଫେବୃୟାରୀ ୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାରତ ଓ ପାକିସ୍ତାନର ମୁକାବିଲା ହେବ।

Share