ଫେରସ୍ତ ମିଳିବ ଜରିମାନା ଟଙ୍କା, ମୋବାଇଲରେ ରଖି ପାରିବେ ଗାଡ଼ି କାଗଜପତ୍ରର କପି

ଭୁବନେଶ୍ୱର,୫।୯(ବ୍ୟୁରୋ): ସେପ୍ଟେମ୍ବର ୧ରୁ ଦେଶବ୍ୟାପି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠାରୁ ଚାଲିଛି ଧରପଗଡ଼। ନିୟମ ଉଲ୍ଲଂଘନକାରୀ ଗଣୁଛନ୍ତି ତଣ୍ଡ। ତେବେ ଏହି ଆଇନ ଯୋଗୁ ବର୍ଦ୍ଧିତ ଜରିମାନା ଆଦାୟକୁ ନେଇ ନୂତନ ସୂଚନା ମିଳିଛି। ତାହା ହେଲା ଆବଶ୍ୟକ କାଗଜପତ୍ର ଦେଖାଇଲେ ଜରିମାନା ଅର୍ଥ ଫେରସ୍ତ ମିଳିବ। ଯଦି କାଗଜପତ୍ର ଘରେ ଥିବ, ତେବେ ପରେ ତାହା ଦେଖାଇଲେ ଜରିମାନା ଟଙ୍କା ଫେରସ୍ତ ମିଳିବ। ହେଲେ ସମସ୍ତ ଜରିମାନା ଟଙ୍କା ଫେରସ୍ତ କରାଯିବ ନାହିଁ। ଅଳ୍ପ କିଛି ପରିମାଣର ଜରିମାନା ରଖି ବଡ଼ ଅଂଶ ଫେରସ୍ତ କରାଯିବ। ଏହା ଛଡ଼ା ହାର୍ଡ କପି ସମସ୍ତେ ପାଖରେ ରଖୁନାହାନ୍ତି। ତେବେ ଜନସାଧାରଣ ଚାହିଁଲେ ନିଜ ଗାଡ଼ିର କାଗଜପତ୍ର ମୋବାଇଲରେ ରଖି ଦେଇ ପାରିବେ ବୋଲି ଭୁବନେଶ୍ୱର ଆରଟିଓ-୨ ସଞ୍ଜୟ ବେହେରା କହିଛନ୍ତି।

ପ୍ରକାଶଯୋଗ୍ୟ, ବୁଧବାର କଟକ ଓ ଭୁବନେଶ୍ୱରରେ ଯାଞ୍ଚବେଳେ ନିୟମ ଉଲ୍ଲଂଘନ ନେଇ ୧୧୫୪ ମାମଲା ହୋଇଥିବା ବେେ ମୋଟ ୮ଲକ୍ଷ ୧୬ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।