Categories: କନ୍ଧମାଳ

ଫେରାର୍‌ ବଳାତ୍କାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୨୧।୧(ଡି.ଏନ.ଏ): ଏକ ବଳାତ୍କାର ମାମଲାରେ ସମ୍ପୃକ୍ତ ଥାଇ ୧୨ ବର୍ଷ ଧରି ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ସୋମବାର ଦାରିଙ୍ଗବାଡ଼ି ଥାନା ପୋଲିସ ଗିରଫ କରିଛି। ସେ ହେଲେ ପର୍ତ୍ତମାହା ପଞ୍ଚାୟତ ମୁଣ୍ଡୁଲାବାଲି ଗ୍ରାମର ଜିତେନ୍ଦ୍ର କୁମାର ନାୟକ। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତି। ତାଙ୍କ ନାମରେ ଜିଆର କେସ ନଂ.୧୧/୨୦୦୮ ରହିଥିଲା।