Categories: ଗଞ୍ଜାମ

ଫେରାର୍‌ ମଦ ବେପାରୀ ଗିରଫ

ଶଙ୍କରାଖୋଲ,୨୭।୫(ଡି.ଏନ୍‌.ଏ.)- ଟିକାବାଲି ଥାନା ଟୁଡୁବାଲି ଗ୍ରାମର ବେଆଇନ୍‌ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ସୋମବାର ପୋଲିସ କୋର୍ଟଚାଲାଣ କରିଛି। ସେ ହେଲେ ଅରକ୍ଷିତ ଭୋଇ। ଏ ନେଇ ନଂ. ୪୭/୧୯ରେ ମାମଲା ରୁଜୁ ହୋଇଛି। ଗତ ୧ ତାରିଖରେ ଟୁଡୁବାଲିରେ ଟିକାବାଲି ପୋଲିସ ଚଢ଼ାଉ କରି ୧୦ ଲିଟର ବିଦେଶୀ ମଦ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଉକ୍ତ ମଦ ବେପାରୀ ଅରକ୍ଷିତ ଫେରାର୍‌ ହୋଇଯାଇଥିଲେ ବୋଲି ଥାନାଧିକାରୀ ଆଦିତ୍ୟ କୁମାର ସେଠୀ କହିଛନ୍ତି।