Advertisement

ଫେରାର ଓଡ଼ିଆ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନକୁ ଅଣାଗଲା: ୧୨ରୁ ଊର୍ଦ୍ଧ୍ୱଙ୍କ ନାମରେ ମାମଲା

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜନତା ହାଇସ୍କୁଲ ଓ ରାଗପୁର କ୍ୱାରାଣ୍ଟାଇନ ସେଣ୍ଟରର ପ୍ରବାସୀ ଓଡ଼ିଆ ଗତ ୩ ତାରିଖରେ ପୋଲିସ ଓ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିବା ସହ ଫେରାର ହୋଇଯାଇଥିଲେ। ଏ ନେଇ କୋଦଳା ତହସିଲଦାରଙ୍କ ଏତଲା କ୍ରମେ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଉକ୍ତ ୨ଟି କେଶରେ ୧୨ରୁ ଊର୍ଦ୍ଧ୍ୱ ଜଣଙ୍କ ନାମରେ ମାମଲା ହୋଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଚାଲିଛି। ତାହା ଜଣାପଡ଼ିିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ରୟ କହିଛନ୍ତି। ତେବେ ଫେରାର ହୋଇଯାଇଥିବା ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ଅଣାଯାଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel