ଫେରିଗଲେ ଉପରାଷ୍ଟ୍ରପତି: ରାଜଭବନରେ ୩ ଘଣ୍ଟା ବିତାଇଲେ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଦିନିକିଆ ଓଡିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ସନ୍ଧ୍ୟା ୬ଟା ୧୫ରେ ଦିଲ୍ଲୀ ଫେରିଯାଇଛନ୍ତି। ଉପରାଷ୍ଟ୍ରପତି ସ୍ବତନ୍ତ୍ର ବିମାନ ଯୋଗେ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ପୋଲିସ ଡିଜି ବି.କେ. ଶର୍ମା ଓ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବାଗତ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ସିଧା କିଟ୍‌ଠାରେ ଚାଲିଥିବା ବିଶ୍ୱ କବି ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୧୨ଟା ୧୫ରେ ରାଜଭବନରେ ପହଞ୍ଚତ୍ ରାଜ୍ୟପାଳଙ୍କ ସହ କିଛି ମୁହୂର୍ତ୍ତ ବିତାଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଭାଜପା ନେତାଙ୍କ ଗହଣରେ ଉପରାଷ୍ଟ୍ରପତି ଏକ ପୁସ୍ତକ ଉନ୍ମୋଚନ କରିଥିଲେ। ମଧ୍ୟାହ୍ନଭୋଜନରେ ନାଇଡୁ ଓଡ଼ିଆ ଖାଦ୍ୟ ଖାଇ ବିଶ୍ରାମ ନେଇଥିଲେ। ଅପରାହ୍ନ ୩ଟା ୧୫ରେ କଟକ ଅଭିମୁଖେ ଯାଇ ସମାଜର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ସନ୍ଧ୍ୟା ୬ଟା ୧୫ରେ ଭୁବନେଶ୍ୱର ଫେରି ସ୍ବତନ୍ତ୍ର ବିମାନଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଯାତାୟାତ ସମୟରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା।

Share