ଫେରିପାରେ ବରଫ ଯୁଗ

ପୃଥିବୀର ଜଳବାୟୁ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି। ତା’ସହ ବାୟୁମଣ୍ଡଳରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହି ଧାରା ଯଦି ଲାଗି ରହେ ତେବେ ପୃଥିବୀ ପୃଷ୍ଠରେ ପୁଣି ଥରେ ବରଫ ଯୁଗ ପ୍ରତ୍ୟାବର୍ତ୍ତନ କରିପାରେ ବୋଲି ଆମେରିକୀୟ ପାଣିପାଗ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ପୃଥିବୀର ପରିବର୍ତ୍ତିତ ଜଳବାୟୁ ଉପରେ ଏକ ସର୍ଭେ କରାଯାଇଥିଲା। ଗତ କିଛି ବର୍ଷ ଧରି ଏହି ସର୍ଭେ ସହ ୟୁନିଭର୍ସିଟି ଅଫ କାଲିଫର୍ନିଆର ପାଣିପାଗ ବିଜ୍ଞାନୀମାନେ ଜଡିତ ଥିଲେ। ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୧୬୬୪-୧୭୧୫ ମଧ୍ୟରେ ଲଘୁ ବରଫ ଯୁଗ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଆମେରିକାର ଥେମ୍ସ ନଦୀର ଜଳ ଦୀର୍ଘ ସାତ ସପ୍ତାହ ପର୍ଯ୍ୟନ୍ତ ବରଫରେ ପରିଣତ ହୋଇଯାଇଥିଲା। ଉକ୍ତ ସର୍ଭେରୁ ସେମାନେ ପୁନଶ୍ଚ ଜାଣିପାରିଛନ୍ତି ଯେ ସୂର୍ଯ୍ୟଙ୍କ ଉତ୍ତାପରେ ତାରତମ୍ୟ ପରିଲକ୍ଷିତ ହେଉଛି। ବେଳେବେଳେ ଏହି ଉତ୍ତାପ କମୁଥିବାର ଜଣାପଡୁଛି। ଯଦି ଏହା ଜାରି ରହେ ତେବେ ୨୦-୩୦ ବର୍ଷ ମଧ୍ୟରେ ବରଫ ଯୁଗ ପୁଣି ଥରେ ଫେରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।