ଫେରିବେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଗତ ପ୍ରାୟ ୧୦ ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ସେଠାରେ ଥିବା ସମୟରେ ବଲିଉଡ୍‌ ସହ ଜଡିତ ଥିବା କେତେଜଣ ସଦସ୍ୟ ତାଙ୍କୁ ନ୍ୟୁୟର୍କରେ ଦେଖା କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମୟ ସମୟରେ ରିଷିଙ୍କ ସ୍ତ୍ରୀ ନିତୁ କପୁର ସେମାନଙ୍କୁ ଭେଟିବାକୁ ଆସୁଥିବା ବଲିଉଡ୍‌ କଳାକାରଙ୍କ ସହ ଫଟୋ ମଧ୍ୟ ପୋଷ୍ଟ କରିଥାଆନ୍ତି। ନିକଟରେ ରିଷିଙ୍କୁ ଦେଖିବାକୁ ବଲିଉଡ୍‌ କଳାକାର ଅନୁପମ ଖେର୍‌ ଯାଇଥିବା ବେଳେ ପରେ ପରେ ରିତେଶ ଦେଶମୁଖ ଓ ତାଙ୍କ ସ୍ତ୍ରୀ ଜେନେଲିଆ ମଧ୍ୟ ସେଠାରେ ପହଞ୍ଚିଥିଲେ। ଆଉ ଏହି ମୁହୂର୍ତ୍ତକୁ ହାତଛଡା ନ କରି ନତୁ କପୁର ଏହାର ଏକ ଫଟୋ ଶେୟାର କରିବା ସହ ଲେଖିଥିଲେ ଏବେ ରିଷି ଭାରତ ଫେରିବାର ଯୋଜନା କରିଛନ୍ତି। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ମଧ୍ୟ ହେଲାଣି। କାରଣ ଘରର ସୁଆଦିଆ ଖାଦ୍ୟ ଏବେ ବେଶୀ ମନେପଡିଲାଣି ବୋଲି ନିତୁ ଲେଖିଛନ୍ତି। ତେବେ ନିତୁଙ୍କର ଏହି ପୋଷ୍ଟ ଦେଖିବା ପରେ ଲାଗୁଛି ଏମାନେ ଖୁବ୍‌ ଶୀଘ୍ର ଭାରତ ଫେରିପାରନ୍ତି।

Share