Posted inଖେଳ

ଫେରିବେ ଶାରାପୋଭା

ସିଡ୍‌ନୀ,୩୧।୧୨- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ମାରିଆ ଶାରାପୋଭା କୋର୍ଟକୁ ଫେରିବାକୁ ଯାଉଛନ୍ତି। ଆସନ୍ତା ମାସରେ ବ୍ରିସବେନ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ଖେଳିବେ। ତାଙ୍କୁ ୨୦୨୦ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ଖେଳିବା ପାଇଁ ଓ୍ବାଇଲ୍ଡ କାର୍ଡ ପ୍ରଦାନ କରାଯାଇଛି। ୫ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଅନ୍ତିମ ଥର ଅଗଷ୍ଟରେ ୟୁଏସ୍‌ ଓପନର ପ୍ରଥମ ରାଉଣ୍ଡରେ ଖେଳିଥିଲେ। ଗତ ୪ ମାସ ହେଲା ନ ଖେଳିବାରୁ ତାଙ୍କ ର଼୍ୟାଙ୍କ ୧୩୩କୁ ଖସି ଯାଇଛି। ୩୨ ବର୍ଷୀୟା ରୁଷିଆ ସୁନ୍ଦରୀ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ଆଶ୍‌ଲେ ବାର୍ଟି, ନାଓମି ଓସାକା ଓ କାରୋଲିନା ପ୍ଲିସ୍କୋଭାଙ୍କ ସମ୍ମୁଖୀନ ହେବ। କୁଇନ୍ସଲାଣ୍ଡ ଟେନିସ ସେଣ୍ଟରଠାରେ ଜାନୁୟାରୀ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ,୭ା୪(ଅଜିତ୍‌ କୁମାର ମହାନ୍ତି): ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ...

ଟାର୍ଗେଟ ପୂରଣ ନ ହେବାରୁ କୁକୁର ଭଳି ବ୍ୟବହାର ଘଟଣା: ଭିଡିଓ ଭାଇରାଲ ପରେ କେରଳ ଶ୍ରମବିଭାଗର ତନାଘନା

କୋଚି, ୭।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ...

ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ: ନବୀନ ସାମ୍ନାକୁ ଆସିଲେ ସବୁ ସତ…

ଭୁବନେଶ୍ୱର,୭ା୪: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋର୍‌ଦାର ଚର୍ଚ୍ଚା ଚାଲିଛି।...

ଖୋର୍ଦ୍ଧାରେ ଫୁଟିଲା ବୋମା: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଖୋର୍ଦ୍ଧା,୭ା୪: ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ...

ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି...

‘ସୁଭଦ୍ରା’କୁ ନେଇ ପୁଣି ଏକ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହିଦିନ ଆକାଉଣ୍ଟକୁ ଆସିବ ଟଙ୍କା…

ଭୁବନେଶ୍ୱର,୭ା୪: ‘ସୁଭଦ୍ରା’ ଯୋଜନାକୁ ନେଇ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା...

ଷ୍ଟାର ହେବାର ସ୍ବପ୍ନ ଦେଖୁଥିଲେ ଶାହାରୁଖ, ହେଲେ ରାତି ପାହିଲା ବେଳକୁ କୋ-ଷ୍ଟାରଙ୍କର ହୋଇଥିଲା ମୃତ୍ୟୁ

ମୁମ୍ବାଇ: ବଲିଉଡର ସବୁଠାରୁ ଚଞ୍ଚଳ ଏବଂ ଟ୍ୟାଲେଷଣ୍ଟଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟା ଭାରତୀ। ମାତ୍ର ୧୯ ବର୍ଷ ବୟସରେ ୫ ଏପ୍ରିଲ ୧୯୯୩ରେ...

ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ମୋଦି କହିଲେ, ଫିଟ୍‌ ରହିବାକୁ ହେଲେ ତେଲର ବ୍ୟବହାର କମ୍‌ କରନ୍ତୁ

ନୂଆଦିଲ୍ଲୀ,୭।୪: ସୋମବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଏବଂ ସ୍ଥୂଳକାୟତା ବା ମୋଟାପଣ ଏଡାଇବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image