Categories: ଖେଳ

ଫେରିବେ ଶାରାପୋଭା

ସିଡ୍‌ନୀ,୩୧।୧୨- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ମାରିଆ ଶାରାପୋଭା କୋର୍ଟକୁ ଫେରିବାକୁ ଯାଉଛନ୍ତି। ଆସନ୍ତା ମାସରେ ବ୍ରିସବେନ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ଖେଳିବେ। ତାଙ୍କୁ ୨୦୨୦ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ଖେଳିବା ପାଇଁ ଓ୍ବାଇଲ୍ଡ କାର୍ଡ ପ୍ରଦାନ କରାଯାଇଛି। ୫ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଅନ୍ତିମ ଥର ଅଗଷ୍ଟରେ ୟୁଏସ୍‌ ଓପନର ପ୍ରଥମ ରାଉଣ୍ଡରେ ଖେଳିଥିଲେ। ଗତ ୪ ମାସ ହେଲା ନ ଖେଳିବାରୁ ତାଙ୍କ ର଼୍ୟାଙ୍କ ୧୩୩କୁ ଖସି ଯାଇଛି। ୩୨ ବର୍ଷୀୟା ରୁଷିଆ ସୁନ୍ଦରୀ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ଆଶ୍‌ଲେ ବାର୍ଟି, ନାଓମି ଓସାକା ଓ କାରୋଲିନା ପ୍ଲିସ୍କୋଭାଙ୍କ ସମ୍ମୁଖୀନ ହେବ। କୁଇନ୍ସଲାଣ୍ଡ ଟେନିସ ସେଣ୍ଟରଠାରେ ଜାନୁୟାରୀ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଅନୁଷ୍ଠିତ ହେବ।

Share