ଫେରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ ବେଶ୍‌ କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ହେଲେ ଖୁବ୍‌ଶୀଘ୍ର ସେ ବଡ ପରଦାକୁ ଫେରିବେ ବୋଲି ଘୋଷଣା କରିଛନ୍ତି। ଏକ ଲଞ୍ଚ ଇଭେଣ୍ଟରେ ଯୋଗ ଦେବା ଅବସରରେ ଶାହାରୁଖ କହିଛନ୍ତି ଏବେ ସେ ୨-୩ଟି ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି। ହେଲେ ସେ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ତଥ୍ୟ ସମୟ ଆସିଲେ ଦେବେ ବୋଲି କହିଛନ୍ତି। ଏଥିରୁ ଅନୁମାନ କରାଯାଇଛି କି ହୁଏତ ଶାହାରୁଖ ବଡ ପରଦାକୁ ଫେରିବାକୁ ଆଉ ବେଶି ସମୟ ଲାଗିବ ନାହିଁ। ନିକଟରେ ଦୀପିକା ପାଦୁକୋନ ଶାହାରୁଖଙ୍କ ଟୁଇଟଙ୍କୁ ନେଇ କମେଣ୍ଟ କରିଥିବା ବେଳେ ତାଙ୍କ ପ୍ରଶଂସକ ଭାବିଥିଲେ ଏଥର ବୋଧହୁଏ ଦୀପିକାଙ୍କ ସହ ଶାହାରୁଖ ଫେରିବେ। ଅବଶ୍ୟ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ ଶାହାରୁଖ କାହା ସହ କେଉଁ ବ୍ୟାନରରେ ଫେରିବେ। କିନ୍ତୁ ଶାହାରୁଖ ଯାହା ସୂଚନା ଦେଇଛନ୍ତି କେବଳ ତାକୁ ଦେଖି ଅନୁମାନ କରାଯାଉଛି କି ସେ ଖୁବ୍‌ଶୀଘ୍ର ବଡ ପରଦାକୁ ଫେରିପାରନ୍ତି।

Share