Categories: ଜାତୀୟ

ଫେରିଯିବେ ଜହ୍ଲାଦ ପବନ!

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଶନିବାର ଫାଶୀ ଦେବାର ତାରିଖ ନିର୍ଦ୍ଧାରଣ କରାଯାଇଥିଲା। ହେଲେ କେତେକ ନ୍ୟାୟିକ ବ୍ୟବସ୍ଥା ଯୋଗୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି। ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ତିହାର ଜେଲରେ ପହଞ୍ଚିଥିବ ଜହ୍ଲାଦ ପବନ ଶନିବାର ଫେରିଯିବେ ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦୋଷୀଙ୍କୁ ଫାଶୀ ଦେବାକୁ ଥିବା ବେଳେ ଏହା ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ଏହାର ଡମି ଦେଖାଇଥିଲେ ଜହ୍ଲାଦ ପବନ। ସେ ତିହାର ପହଞ୍ଚିବା ପରେ ତାଙ୍କର ରହିବା ବ୍ୟବସ୍ଥା କରାଯାଇଥିଲା। ଭୋର ପ୍ରାୟ ୩ଟା ବେଳୁ ତାଙ୍କୁ ଉଠାଇ ଦିଆଯାଇ ଫାଶୀର ଡମି ଦେଖାଯାଇଥିଲା। ଏବେ କିନ୍ତୁ ଫାଶୀ ସ୍ଥଗିତ ରହିବା ପରେ ପବନ ଜହ୍ଲାଦ ଫେରିଯିବେ ବୋଲି ଜଣାପଡିଛି। ହେଲେ ତାଙ୍କ ପାରିଶ୍ରମିକ ବାବଦରେ କେତେ ଅର୍ଥ ତାଙ୍କୁ ଦିଆଯିବ ସେ ନେଇ ଆଲୋଚନା ଚାଲିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ କେବଳ ୨ ଦିନର ପାରିଶ୍ରମିକ ଦିଆଯିବ ବୋଲି ଜେଲ ଅଧିକାରୀ କହିଥିବା ଜଣାପଡିଛି।

Share