ଫେରିଲେ ରାକେଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନ ପୁଣିଥରେ କାମ ଆରମ୍ଭ କରିଥିବା ଜଣାପଡିଛି। ଗତବର୍ଷ ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସର୍ଜରୀ କରାଯାଇଥିଲା। ଏହାପରେ ସେ କିଛି ସମୟ ପାଇଁ ନିଜ କାର୍ଯ୍ୟରୁ ବିରତି ନେଇଥିଲେ। ଏବେ ସେ ସୁସ୍ଥ ହୋଇ ଫେରିବା ପରେ ପୁଣି ଥରେ ‘କ୍ରିସ୍‌ ୪’ର କାମ ଆରମ୍ଭ କରିଛନ୍ତି ବୋଲି ଶୁଣିବାକୁ ମିଳିଛି। ଗତବର୍ଷ ସେ ଏହି ଫିଲ୍ମର କାମ ଆରମ୍ଭ କରିଥିବା ବେଳେ ଚିକିତ୍ସା ପାଇଁ ଅଧାରୁ କାମ ଅଟକାଇବାକୁ ପଡିଥିଲା। ହେଲେ ଏବେ ସେ ସୁସ୍ଥ ହୋଇ ଫେରିଥିବାରୁ ଖୁବ୍‌ଶୀଘ୍ର ଏହି କାମକୁ ଶେଷ କରିବେ ବୋଲି ଜଣାପଡିଛି। ତେବେ ସେ କ୍ୟାନସରରେ ପୀଡିତ ଥିବା କଥା ପ୍ରଥମେ ତାଙ୍କ ପୁଅ ହ୍ରିତିକ ରୋଶନ ଜଣାଇଥିଲେ।

Share