ଫେରିଲେ ୬୫ ଏନ୍‌ସିସି କ୍ୟାଡେଟ:  କହିଲେ ଗୁଆହାଟୀରେ ଫସିବା ଗୁଜବ

ବ୍ରହ୍ମପୁର ଅଫିସ,୨୨ା୧୨-ମେଘାଳୟର ଶିଲଂରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଟ୍ରାକିଂ କ୍ୟାମ୍ପରେ ଯୋଗଦେବାକୁ ବ୍ରହ୍ମପୁର ଏନ୍‌ସିସି ଗ୍ରୁପର ୬୫ ଜଣିଆ କ୍ୟାଡେଟ ଦଳ ଶନିବାର ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଛନ୍ତି ା ବ୍ରହ୍ମପୁର ରେଳଷ୍ଟେଶନରେ ପହଞ୍ଚିବା ପରେ ନିକଟରେ ଗଣମାଧ୍ୟମରେ ଗୁଆହାଟୀରେ ଫସିବା ନେଇ ପ୍ରସାରିତ ଖବର ଏକ ଗୁଜବ ବୋଲି କ୍ୟାଡେଟ ସହ ଗସ୍ତରେ ସାମିଲ ହୋଇ ଥିବା ସିଟି ହାଇସ୍କୁଲର ଏନ୍‌ସିସି ଚିଫ ଅଫିସର ଗୋପାଳକୃଷ୍ଣ ମିଶ୍ର ସୂଚନା ଦେଇଛନ୍ତି ା ମିଶ୍ରଙ୍କ ସୂଚନା ଅନୁସାରେ, ଚଳିତମାସ ୯ ତାରିଖରେ ସର୍ବଭାରତୀୟସ୍ତରୀୟ ଟ୍ରାକିଂ କ୍ୟାମ୍ପରେ ଯୋଗଦେବାକୁ ବ୍ରହ୍ମପୁର ଏନ୍‌ସିସି ଗ୍ରୁପର ୬୫ ଜଣିଆ କ୍ୟାଡେଟ ଦଳ ମେଘାଳୟର ଶିିଲଂ ଅଭମୁଖେ ଯାଇଥିଲେ। କିନ୍ତୁ ଟ୍ରେନ ଗୁଆହାଟିରେ ପହଞ୍ଚିବା ବିଳମ୍ବ ଯୋଗୁ ଗତ ୧୧ ତାରିଖ ରାତିରେ ଗୁଆହାଟୀରୁ ଶିଲଂ ପାଇଁ ବସ୍‌ ପାରିପାରି ନ ଥିଲେ ା ତେଣୁ ଗୁଆହାଟୀର ଏକ ଆର୍ମି ଟ୍ରାଞ୍ଜିଟରେ ଅଟକି ଯାଇଥିଲେ ା ପରେ ୧୨ ତାରିଖରେ ଗୁଆହାଟୀରେ କର୍ଫ୍ୟୁ ଯୋଗୁ ଶିଲଂ ଯାଇ ନ ପାରି ଗୁଆହାଟୀ ନିକଟରେ ଥିବା ଏକ ଏନ୍‌ସିସି କ୍ୟାମ୍ପରେ ଯୋଗ ଦେଇଥିଲେ ା ଏହି ସମୟରେ ଗୁଆହାଟୀରେ ଅଟକିଥିବାରୁ ଏନ୍‌ସିସି କ୍ୟାଡେଟ ଫସିଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଯାଇଥିଲା ା ଶୁକ୍ରବାର ଏନ୍‌ସିସି କ୍ୟାମ୍ପ ସରିବା ପରେ ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିବା ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ଆଇଟି ନଚେତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ପରିବାର

ଛତ୍ରପୁର ,୧୯।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ...

ଆରଆଇ ଅଫିସରେ କଳାକନା ବୁଲାଇଲେ ଚୋର: ସେଲୁନ, ଭେରାଇଟି ଷ୍ଟୋରକୁ ମଧ୍ୟ ଛାଡିଲେନି

ଖଲ୍ଲିକୋଟ,୧୯।୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। କହ୍ନେଇପୁର ରାଜସ୍ବ ନୀରିକ୍ଷକଙ୍କ...

ଗଞ୍ଜାମରେ ବଢୁଛି ଶକ୍ତି: ଭାଜପାରେ ମିଶିଲେ ୪ ସମିତି ସଭ୍ୟ

ଆସିକା,୧୮ା୧୧(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଜୋର୍‌ଦାର ଚାଲିଛି। ସୋମବାର ଆସିକା ବ୍ଲକ...

ଅନାସ୍ଥାରେ ହାରିଲେ ଏନ୍‌ଏସି ଉପାଧ୍ୟକ୍ଷା: ବିରୋଧୀଙ୍କୁ ଦେଇଦେଲେ ନିଜ ଭୋଟ୍‌

ବେଲଗୁଣ୍ଠା,୧୮ା୧୧(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସି ଉପାଧ୍ୟକ୍ଷା ଟି. ବବିତା କୁମାରୀ ସୋମବାର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଗତ ୬ ତାରିଖରେ କାଉନସିଲମାନେ...

ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ ସଂଗ୍ରହ

ଛତ୍ରପୁର,୧୮ା୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର...

ସମସ୍ତ ପାର୍ଟଟାଇମ୍‌ କଳା-କ୍ରୀଡା ପ୍ରଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ(କ୍ରୀଡା) ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା )ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ...

୨୫ ବର୍ଷ ପରେ ଖୋଲିଲା ପାଠାଗାର

ଦିଗପହଣ୍ଡି,୧୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ୧୯୪୬ରେ ସ୍ଥାପିତ ରାଧାନାଥ ପାଠାଗାର ପରିଚାଳନାଗତ ଅବ୍ୟବସ୍ଥାରୁ ବହୁବର୍ଷ ଧରି ବନ୍ଦ ରହିଥିଲା।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri