Posted inରାଜ୍ୟ

ଫେରି ଯିବ ୧୩୦୦ରୁ ଊର୍ଦ୍ଧ୍ୱ ଆବାସ ଅନୁଦାନ : ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ

ନୂଆଗାଁ,୧।୭(ଡି.ଏନ୍‌.ଏ.): ଗରିବ ଲୋକଙ୍କ ଜୀବନ କଚ୍ଚା ଚାଳ ଘରେ ବିତୁଥିବାବେଳେ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଆବାସ ଯୋଜନାର ସଫଳ ରୂପାୟନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାସ୍ତବ ହିତାଧିକାରୀମାନେ ପକ୍କାଘର ପାଇବା ପାଇଁ ବିକଳ ହେଉଥିବାବେଳେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରୁ ଫେରିଯିବାକୁ ବସିଛି ପ୍ରାୟ ୧୩୦୦ରୁ ଊର୍ଦ୍ଧ୍ୱ ଆବାସ ଗୃହ। ସମସ୍ତଙ୍କୁ ପକ୍କା ଘରଟିଏ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବାବେଳେ ଯୋଜନାରୁ ଅନେକ ହିତାଧିକାରୀ ଏବେ ବାଦ ପଡ଼ିବାକୁ ଯାଉଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ନୂଆଗାଁ ବ୍ଲକରୁ ପ୍ରାପ୍ତ ତଥ୍ୟ ଅନୁସାରେ, ୨୦୧୧ ମସିହା ସର୍ଭେ ଅନୁସାରେ ନୂଆଗାଁ ବ୍ଲକର ୨୨ ପଞ୍ଚାୟତ ପାଇଁ ୨୮୨୯ ଗୋଟି ଆବାସ ଗୃହ ଯୋଗାଇ ଦିଆଯାଇଛି । ଏହା ଜାଣିବା ପରେ ଗୃହହୀନ ଲୋକେ ଘର ପାଇବା ନେଇ ଅନେକ ଆଶା ବାନ୍ଧିଥିଲେ । କିନ୍ତୁୁ ସେଥିରୁ ପ୍ରାୟ ୧୩୦୦ରୁ ଊର୍ଦ୍ଧ୍ୱ ଆବାସ ଅନୁଦାନ ଫେରିଯିବ ବୋଲି ଶୁଣିବା ପରେ ସେମାନଙ୍କ ଆଶା ମଉଳିଯାଇଛି । ହରିଜନଙ୍କ ପାଇଁ ୯୨୨, ଆଦିବାସୀଙ୍କ ପାଇଁ ୬୫୦ ଓ ସାଧାରଣବର୍ଗଙ୍କ ପାଇଁ ୧୨୫୭ ଆବାସ ସଂରକ୍ଷିତ ରହିଛି । ବର୍ତ୍ତମାନ ଏହି ବ୍ଲକରେ ସାଧାରଣ ବର୍ଗ ଅପେକ୍ଷା ଦଳିତ ଓ ଆଦିବାସୀମାନେ ଅଧିକ ଗୃହହୀନ ଥିବାବେଳେ ସେମାନଙ୍କ ପାଇଁ କମ୍‌ ଆବାସ ଗୃହ ସଂରକ୍ଷିତ ରହିଛି । ୨୦୧୧ ମସିହାର ସର୍ଭେ ଅନୁସାରେ ଦଳିତ ଓ ଆଦିବାସୀ ଲୋକଙ୍କୁ ଗୃହହୀନ ଦର୍ଶାଯାଇ ନ ଥିବାରୁ ବର୍ତ୍ତମାନର ଏହି ଗୃହହୀନ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରିବା ସମ୍ଭବ ହେଉ ନ ଥିବା କହିଛନ୍ତି ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ। ସର୍ଭେ ରିପୋର୍ଟରେ ଆବଶ୍ୟକ ସଂଖ୍ୟକ ହିତାଧିକାରୀ ନ ଥିବାରୁ କାର୍ଯ୍ୟାଦେଶ ଫେରିଯିବାକୁ ବସିଛି। ଏହି ବ୍ଲକର ବହୁ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ହୋଇଥିବାବେଳେ ଅନେକ ଗୃହହୀନ ଗରିବ ଅଛନ୍ତି । ସେ ହେଲେ କାପ୍ତାପଲ୍ଲୀ ପଞ୍ଚାୟତସ୍ଥ ବାମୁରି ଗ୍ରାମର ବିଶ୍ୱନାଥ ଜାନି। ବିଶ୍ୱନାଥ ସ୍ତ୍ରୀ କମଳା, ବିବାହିତା ଝିଅ ରାଜଲକ୍ଷ୍ମୀ ଓ ନାତୁଣୀକୁ ଧରି ଏକ କଚ୍ଚା ଘରେ ରହୁଥିବା ସତ୍ତ୍ୱେ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତିି। ସେହିପରି ଶାବୁରୀ ଜାନି, ଚନ୍ଦ୍ରମଣୀ ଜାନି ମଧ୍ୟ ବାସ୍ତବରେ ପକ୍କାଗୃହ ପାଇବା ଯୋଗ୍ୟ ହେବା ସତ୍ତ୍ୱେ ହିତାଧିକାରୀ ତାଲିକାରୁ ବଞ୍ଚତ୍ତ ହୋଇଛନ୍ତି। ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ତାଲିକାରେ ନାମ ଥିବା ଦଳିତ, ଆଦିବାସୀଙ୍କ ପାଇଁ ଆବାସ ଗୃହର ନିଅଣ୍ଟ ହେଲେ ନୂଆଗାଁ ବ୍ଲକସ୍ଥ ପଞ୍ଚାୟତସ୍ତରୀୟ ସଂରକ୍ଷିତ ଆବାସକୁ ଅବଳବଦଳ କରାଯାଇ ପାରିବ ବୋଲି ବିଡିଓ ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୨୪ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ...

୧,୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪।୪: ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ...

ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ରେଳ ଷ୍ଟେଶନରେ ୨ ମିନିଟ୍‌ ତାପସ୍ବିନୀ ଟ୍ରେନ୍‌ ରହଣି ସମେତ ବିଭିନ୍ନ ସମସ୍ୟା ଉପରେ...

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ କେଉଁ ଦେଶ କାହା ସପକ୍ଷରେ ଯିବ? ଜାଣନ୍ତୁ କ’ଣ କହୁଛି ସମୀକରଣ

ଶ୍ରୀନଗର,୨୪।୪: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଭାରତର ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଛନ୍ତି। ଏହି...

ଆଉ ଦୁଇଦିନ ଜାଳିବ, ରବିବାର ଫେରିବ କାଳବୈଶାଖୀ

ଭୁବନେଶ୍ୱର,୨୪ା୪: ଗୁରୁବାର ଓଡ଼ିଶାର କିଛି ଅଞ୍ଚଳ ପାଇଁ ଗ୍ରୀଷ୍ମ ଲହରୀ ଚେତାବନୀ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ...

ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ...

କେଉଁଠି ଅଛ ଶୀଘ୍ର ଆସ, ନ ହେଲେ ବିଳମ୍ବ ହୋଇଯିବ: ଓଓ୍ବାଇସିଙ୍କୁ ଫୋନ୍‌ କରି କାହିଁକି ଡାକିଲେ ଅମିତ ଶାହା

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, କେନ୍ଦ୍ର ସରକାର ଗୁରୁବାର ସମସ୍ତ ରାଜନୈତିକ ଦଳର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସରକାର ପହଲଗାମରେ ହୋଇଥିବା...

ଗୌଡ଼ ଗାଁରେ ସିରିଜ୍‌ ଚୋରି: ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁରେ ସିରିଜ୍‌ ଚୋରି ହୋଇଛି। ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ବୁଲୁ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image