ଫେରୁଛନ୍ତି ସଲମାନଙ୍କ ‘ମାୟା’

ମୁମ୍ବାଇ: ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଇରା ଖାଁ ଏବେ ଏବେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ନାଟକର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ଏହି ଷ୍ଟାର କିଡ୍‌। ଏହା ଏକ ଇଂରାଜୀ ନାଟକ ହୋଇଥିବା ବେଳେ ଏଥିରେ ସଲମାନଙ୍କ ସହ ଫିଲ୍ମ ‘ବଡିଗାର୍ଡ’ରେ ମାୟା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ହାଜେଲ କିଚ ଅଭିନୟ କରିବେ। ଇରା ତାଙ୍କ ଇନଷ୍ଟାଗ୍ରାମରେ ହେଜେଲଙ୍କ ସହ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଇରା ଆଣ୍ଠେଇ ପଡି ହେଜେଲଙ୍କୁ ନାଟକର ସ୍କ୍ରିପ୍ଟ ଦେଉଥିବା ଦେଖାଯାଇଛି। ଅଭିନେତ୍ରୀ ସାରିକା ଏଥିରେ ଥିଏଟର ପ୍ରଡ୍ୟୁସର ଅଛନ୍ତି।

Share